ସାମାଜିକ ପରିବର୍ତ୍ତନ

ଭାରତୀୟ ଅର୍ଥନୀତି ଓ ନିର୍ମଳା ସୀତାରାମଣ।

ନିର୍ମଳା ସୀତାରାମଣ ଅର୍ଥମନ୍ତ୍ରୀ ଭାବରେ ଦାୟୀତ୍ବ ନେବାବେଳେ ଅନେକ ଲୋକ ଏହା ଦେଶ ପାଇଁ ଏକ ବଡ ବିଫଳତା ବୋଲି ନାହିଁ ନଥିବା ନାରା ଲଗାଇଥୁଲେ । ସମସ୍ତେ କହୁଥିଲେ ଏ ମହିଳା ଜଣଙ୍କ ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ଧାରା ବିଷୟରେ କିଛି ଜାଣନ୍ତି ନାହିଁ ।

ମାତ୍ର ନିର୍ମଳା ସୀତାରାମଣ ଆଜି ଦିନରେ ସମାଲୋଚକ ମାନଙ୍କର ମୁହଁ ଚୁପ୍ କରାଇ ଦେଇଛନ୍ତି। ସେ ଆମ ଦେଶର ଅର୍ଥନୈତିକ ସ୍ଥିତିରେ ଅଦ୍ଭୁତ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ପ୍ରଦର୍ଶନ ଖୁବ ଉଲ୍ଲେଖନୀୟ।

ଯେତେବେଳେ ଦୁନିଆର ଅଧିକାଂଶ ଦେଶ ଜିଡିପିର ନିମ୍ନ ଗତି ଓ ଉଚ୍ଚ ମୁଦ୍ରାସ୍ଫୀତି ସହିତ ସଂଘର୍ଷ କରୁଛନ୍ତି ସେତେବେଳେ ଭାରତୀୟ ଅର୍ଥନୀତି ଅନ୍ୟ ଦେଶ ମାନଙ୍କ ତୁଳନାରେ ଖୁବ ଆରାମ ଦାୟକ ସ୍ଥିତିରେ।

ବିଗତ ଦିନରେ ଭାରତରେ ବହୁ ବଡ ବଡ ଅର୍ଥନିତିଜ୍ଞ ଓ ଅର୍ଥ ଶାସ୍ତ୍ରୀ ଅର୍ଥ ମନ୍ତ୍ରୀ ଭାବରେ କାମ କରି ସାରିଛନ୍ତି। ମାତ୍ର କେବେବି ଆମ ଦେଶର ଅର୍ଥନିତି ଆଜିକା ସ୍ଥିତିରେ ନ ଥିଲା।

ଦୁନିଆର ଅଧିକାଂଶ ଦେଶ ଆର୍ଥିକ ସଂକଟ ଭୋଗୁଥିବାବେଳେ ଆମ ଦେଶର ମୁଦ୍ରାସ୍ଫୀତି କମ୍ ରହିଛି ଓ ଆର୍ଥିକ ନିଅଣ୍ଟ ମଧ୍ୟ ଖୁବ ଭଲରେ ଅଛି।

ଆମର ଜିଡିପି ସ୍ଥିର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଆଇ ଏମ୍ ଏଫ୍ ଓ ଅନ୍ଯାନ୍ଯ ଅନ୍ତର୍ଜାତିକ ଅର୍ଥନୈତିକ ସଂସ୍ଥା ମାନେ ଭାରତୀୟ ଅର୍ଥନୀତିର ଖୁବ ତାରିଫ୍ କରିସାରିଲେଣି।

ଏକ ଶହ ତାଳିଶ୍ କୋଟି ଜନ ସଂଖ୍ୟା ବିଶିଷ୍ଟ ଦେଶର କୋଭିଡ୍ ବିସ୍ଫୋରଣ ଓ ଦେଶର ସମସ୍ତ ଜନତାଙ୍କୁ ଫ୍ରା ଭ୍ୟାକ୍ସସିନ୍ ଦେବା ସତ୍ତ୍ୱେ ଆମ ଦେଶରେ ଅତ୍ୟଧିକ ଦାରିଦ୍ରତା ବୃଦ୍ଧି ପାଇ ନାହିଁ।

ଆପଣ କଣ ଭାବୁଛନ୍ତି ଏହି ସମସ୍ତ ଶ୍ରେୟ କାହା ପାଖକୁ ଯିବ ?

Leave a Reply

Your email address will not be published. Required fields are marked *

Back to top button