ରାଜନୀତି

କିଛି ବ୍ୟକ୍ତିବିଶେଷ ବିଜେପି ବିରୁଦ୍ଧରେ କିଛି ଅଗଣତାନ୍ତ୍ରିକ କାର୍ଯ୍ୟ କରୁ ଥିବା ଅଭିଯୋଗ ଉପରେ ମନ୍ତବ୍ଯ।

ସମସ୍ତେ ଜାଣନ୍ତି ବାଜପେୟୀଙ୍କ ପରି ଜଣେ ଧୁରନ୍ଧର ରାଜନିତୀଜ୍ଞ ମଧ୍ଯ ବାରମ୍ବାର ସରକାର କରିବାର ସୁଯୋଗ ପାଇ ପାରି ନଥିଲେ। ଏହାର ପ୍ରମୁଖ କାରଣ ବାଜପେୟୀଜୀ ପ୍ରାୟତଃ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରୁଥିଲେ ।

ସ୍ୱଚ୍ଛ ରାଜନୀତି କେବଳ ସମ୍ଭବ ଯଦି ସମସ୍ତେ ନ୍ୟାୟ ସହ ରହନ୍ତେ। ଏବଂ ଏଥିରେ ଭୋଟରଙ୍କୁ ସଚ୍ଚୋଟତା ସହିତ ଭୋଟ୍ ଦେବାର ଅଧିକାର ଅନ୍ତର୍ଭୁକ୍ତ ହୁଅନ୍ତା ଏବଂ ଭୋଟର ବିକ୍ରିନହୁଅନ୍ତେ।

ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ତାହା କେବେ ଘଟିବ ନାହିଁ କିମ୍ବା ଆଶା ମଧ୍ଯ କରିବା ଠିକ୍ ହେବ ନାହିଁ।କାରଣ ଆମ ଦେଶର ଭୋଟର ମାନଙ୍କୁ ମାଗଣା ଖିଆର ଅଭ୍ୟାସ ଓ ମାନସିକତାକୁ ହଠାତ ପରିବର୍ତ୍ତନ କରିବା ସମ୍ଭବପର ନୁହଁ।ଏ ଦେଶର ଭୋଟର ମାନଙ୍କୁ କଂଗ୍ରେସ ଓ ଆନ୍ଚଳିକ ଦଳ ମାନେ ମାଗଣାଖିଆର କୁତ୍ସିତ ମାନସିକତାରେ ଭ୍ରମିତ କରିସାରିଛନ୍ତି।

ତେବେ ଉପରୋକ୍ତ ପରିସ୍ଥିତିରେ ଯଦି ବିଜେପି ଭାରତକୁ ଏକ ସୁରକ୍ଷିତ ଓ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଣତ ଏବଂ ସନାତନ ଧର୍ମକୁ ରକ୍ଷା କରିବା ଦରକାର,ତେବେ ବିଜେପିକୁ କ୍ଷମତାରେ ନିଶ୍ଚିତ ରହିବାକୁ ପଡ଼ିବ ଏବଂ ଦେଶ ପାଇଁ ନିଜର ଦୃଷ୍ଟିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ତେବେ ଏଥିପାଇଁ କିଛି ପରିମାଣର ଅଗ୍ରହଣୀୟ କିନ୍ତୁ ଦେଶ ପ୍ରତି ବିପଦ ନଥିବା ରାଜନୀତିକୁ ଏଡ଼ାଇବା ଅସମ୍ଭବ।

କାରଣ ସରକାର ବାହାରେ ବସି ଜଣେ କେବଳ ଏକ ସାମ୍ବାଦିକ ସମ୍ମିଳନୀ କରିପାରିବ କିମ୍ବା ଧର୍ମଘଟ କରିପାରିବ ।କିନ୍ତୁ ସାମଗ୍ରିକ ଭାବରେ ଦେଶଚାହୁଁଥିବା କିମ୍ବା ଦେଶ ଦରକାର କରୁଥିବା କାର୍ଯ୍ୟକ୍ରମ ବିନା ସରକାରରେ କରିବା ସମ୍ଭବ ନୁହଁ।ତେଣୁ ଦେଶର ବୃହତ୍ତର ସ୍ୱାର୍ଥରେ କାମ କରୁଥିବା ରାଜନୈତିକ ଦଳ ବିଜେପି ଜଦି କିଛି ଛୋଟ ଛୋଟ ଅଗଣତାନ୍ତ୍ରିକ କାମ କରୁଛି ବୋଲି କେହିବି ଭାବୁଛନ୍ତି ଓ ମତାମତ ଦେଉଛନ୍ତି ତେବେ ସେ ମନ୍ତବ୍ଯ ର ଅର୍ଥ କିଛି ନୁହେଁ କିମ୍ବା ଗ୍ରହଣୀୟ ନୁହେଁ।

( ଏହା ମୋର ବ୍ୟକ୍ତିଗତ ମତ। ଏହା ଉପରେ କୌଣସିପ୍ରକାର ବାଦାନୁବାଦ କ୍ରିୟା ପ୍ରତିକ୍ରିୟାର ଉତ୍ତର ମୁଁ ଦେବା ପାଇଁ ବାଧ୍ଯ ନୁହଁ)

Leave a Reply

Your email address will not be published. Required fields are marked *

Back to top button