ଇତିହାସ

ଗର୍ବରେ କୁହ ମୁଁ ଓଡ଼ିଆ ☺️ ଆକବର – ବିରବଲ୍ କାହାଣୀ

ମନ୍ତ୍ରୀବିରବଲଙ୍କୁ ସାଙ୍ଗରେ ଧରି ବୁଲୁଥିବା ବେଳେ ମୋଗଲସମ୍ରାଟ_ଆକବର ବିରବଲ୍ ଙ୍କୁ ଗୋଟିଏ ଛୋଟ ଗଛକୁ ନମସ୍କାର କରିବାର ଦେଖି, କି ଗଛ ବୋଲି ପଚାରିଲେ ।ବୀରବଲ୍ କହିଲେ ,”ୟେ ଆମମାଆ ତୁଳସୀଗଛ” ।

ଆକବର ରାଗିଯାଇ ଗଛଟିକୁ ଉପାଡ଼ି ଫିଂଙ୍ଗିବା ବେଳେ କହିଲେ ତୁମ ହିନ୍ଦୁଙ୍କ କେତେ ମାଆ’ କି ?

ଜବାବ୍ ଖୋଜୁ ଖୋଜୁ ବିରବଲ୍ ଗୋଟେ ବଡ଼ ବିଛୁଆତି ଗଛ ଦେଖି ତୁରନ୍ତ ତାକୁ ଦଣ୍ଡବତ ପ୍ରଣାମ କରି କହିଲେ ,”ମୋ ବାପାଙ୍କର ଜୟ ହେଉ ” ।
ଆକବର ରାଗିଗଲେ ।ଦୁଇ ହାତରେ ବିଛୁଆତି ଗଛଟାକୁ ଉପାଡିବାକୁ ଲାଗିଲେ ।କିନ୍ତୁ ହଠାତ୍ ଚିତ୍କାର କରି “ବିରବଲ ,ମୋ ଦେହ ହାତ ଏମିତି ଜୋରରେ କୁଣ୍ଡେଇ ହେଉଛି ।”

“ଆପଣ ମୋ ମାଆକୁ ମାରିଲେ ,ସେଥିପାଇଁ ମୋ ବାପା ବହୁତ୍ ରାଗିଯାଇ ଛନ୍ତି ।” ଉତ୍ତର ଦେଲେ ବିରବଲ ।

” ଆରେ ଵିରବଲ୍ , ଯେଉଁଠି ବି ହାତ ଲାଗୁଛି ପ୍ରବଳ କୁଣ୍ଡେଇ ହେଉଛି , କିଛି ଗୋଟାଏ କର ” ବିକଳ ହୋଇ ବାଦଶହା ଆକବର କହିଲେ ।

“ୟାର ପ୍ରତିକାର ଅଛି , କିନ୍ତୁ ସିଏବି ଆମର ମାଆ ।ତାକୁ ପ୍ରାର୍ଥନା କରିବାକୁ ପଡ଼ିବ” , ଉତ୍ତର ଦେଲେ ବିରବଲ୍ । ଜଲଦି ବ୍ୟବସ୍ଥା କରିବାକୁ ଅଧର୍ଯ୍ୟ ଆକବର ବିନତୀ କଲେ !

ଆଗରେ ଚରୁଥିବା ଗୋମାତା ପାଖକୁ ନେଇଯାଇ “ପ୍ରଣାମ କରି ତାକୁ ମାଆ କଣ ଉପାୟ କର” ବୋଲି କହିବାକୁ ଗମ୍ଭୀର ସ୍ଵରରେ ବିରବଳ ସମ୍ରାଟଙ୍କୁ ବତେଇଦେଲେ !

କଷ୍ଟ ଜର୍ଜରିତ ଆକବର ସେହିପରି କରନ୍ତେ ,ଗୋମାତା ଗୋବର ତ୍ୟାଗ କଲେ । ଆଉ ଆକବର ଆଗ ପଛ କିଛି ନଭାବି ଗୋବର ବୋଳି ହୋଇଗଲେ ।ଅବଶ୍ୟ କୁଣ୍ଡାଇହେବାରୁ ତ୍ରାହି ମିଳିଲା ।😀

“ଏଭଳି ଭାବ ରେ ମୁଁ ରାଜମହଲକୁ ଫେରିବି କେମିତି ?” ଆକବର ବ୍ୟସ୍ତ ହୋଇ ପଚାରନ୍ତେ ,ସାମନାରେ ବହିଯାଉଥିବା ଗଙ୍ଗା ନଦୀକୁ ଦେଖାଇ ବିରବଲ୍ “ଇଏବି ଆମର ମାଆ ।ଆପଣ ,ଜୟ ଗଙ୍ଗାମାତା କହି ନଦୀ କୁ ଡେଇଁ ପଡନ୍ତୁ ।”

ସ୍ନାନ କରିବାପରେ ନିଜକୁ ଖୁବ୍ ତାଜା ଅନୁଭବ କରୁଥିବା ଆକବର ବିରବଲଙ୍କୁ ” ଆରେ ଵାପ୍ ରେ ! ତୁମ ତୁଳସୀ ମାତା ,ଗୋମାତା ,ଗଙ୍ଗାମାତା ଏମାନେ ତ ସବୁ ଜଗତ ମାତା !
“ଏମାନଙ୍କୁ ମାନିଲା ବାଲାଙ୍କୁ ହିନ୍ଦୁ କୁହାଯାଏ ।

ହିନ୍ଦୁ ଏକ ସଭ୍ୟତା , ସଂସ୍କୃତି ଓ ସଂସ୍କାର ….ସମ୍ପ୍ରଦାୟ ନୁହେଁ….👏💐
ଆଜିର ଅନେକ ଛାତ୍ରଙ୍କୁ ଏହା ଜଣାନଥିବ ଯେ ଭାରତୀୟ ଭାଷାର ବର୍ଣ୍ଣମାଳା ବିଜ୍ଞାନରେ ଭରା । ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଅଟେ ଓ ସଠିକ ଗଣନାର ସହ କ୍ରମିକ ରୂପରେ ରଖାଯାଇଛି । ଏହିପରି ବୈଜ୍ଞାନିକ ଦୃଷ୍ଟିକୋଣ ଅନ୍ୟ କୌଣସି ବିଦେଶୀ ଭାଷାର ବର୍ଣ୍ଣମାଳାରେ ନାହିଁ । ଯେପରିକି-

କ ଖ ଗ ଘ ଙ – ଏହି ପାଞ୍ଚ ସମୂହକୁ
🌺କଣ୍ଠ୍ୟ🌺
କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।

ଚ ଛ ଜ ଝ ଞ – ଏହି ପାଞ୍ଚ ସମୂହକୁ
🌺ତାଲବ୍ୟ🌺
କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ତାଳୁରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।

ଟ ଠ ଡ ଢ ଣ – ଏହି ପାଞ୍ଚ ସମୂହକୁ
🌺ମୂର୍ଦ୍ଧନ୍ୟ🌺
କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ମୂର୍ଦ୍ଧାରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।

ତ ଥ ଦ ଧ ନ – ଏହି ପାଞ୍ଚ ସମୂହକୁ
🌺ଦନ୍ତ୍ୟ🌺
କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ଦାନ୍ତକୁ ଛୁଇଁଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।

ପ ଫ ବ ଭ ମ – ଏହି ପାଞ୍ଚ ସମୂହକୁ
🌺ଓଷ୍ଠ୍ୟ🌺
କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଦୁଇ ଓଠ ପରସ୍ପର ସହିତ ମିଶିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।

ଦୁନିଆର ଅନ୍ୟ କୌଣସି ବି ଭାଷାରେ ଏପରି ବୈଜ୍ଞାନିକ ଦୃଷ୍ଟିକୋଣ ନାହିଁ ! ନିଃସନ୍ଦେହ ଆମ ଭାଷା ଉପରେ ଆମର ଗର୍ବ ଅନୁଭବ ହେବା ଉଚିତ ! 🙏

Leave a Reply

Your email address will not be published. Required fields are marked *

Back to top button