ହିନ୍ଦୁତ୍ୱ

ହିନ୍ଦୁ ଏକ “ସଂସ୍କୃତି”,ଏକ “ସଭ୍ୟତା” .. ହିନ୍ଦୁ ଏକ ସମ୍ପ୍ରଦାୟ ନୁହେଁ

। ପଢ଼ନ୍ତୁ ରୋଚକ ଗଳ୍ପ।

ଥରେ ଆକବର ବିରବଲଙ୍କ ସହିତ ସବୁଥର ପରି ନଗର ବୁଲିବାକୁ ଯାଉଥିଲେ। ରାସ୍ତାରେ ମନ୍ତ୍ରୀ ବିରବଲ ଏକ ତୁଳସୀ ଗଛ ଦେଖିଲେ .. ମନ୍ତ୍ରୀ ବିରବଲ ତୁଳସୀ ଗଛ ଦେଖୁ ଦେଖୁ ନତମସ୍ତକ ହୋଇ ପ୍ରଣାମ କଲେ!

ଆକବର ପଚାରିଲେ ଏଇ ଗଛଟିକୁ କାହିଁକି ପ୍ରଣାମ କଲ ?

ବିରବଲ କହିଲେ – ଏହା ମୋର ମା!

😁ଆକବର ତୁଲସୀ ଗଛକୁ ଉପାଡି ଦେଇ ଫିଙ୍ଗି ଦେଇ କହିଲା .. ତୁମ ହିନ୍ଦୁ ଲୋକ ମାନଙ୍କର କେତେ ମାଆ କି ? …!

ଆକବରକୁ ଏହାର ଯଥାଯଥ ଉତ୍ତର ଦେବାକୁ ଏକ କୌଶଳ ବିରବଲ ଭାବିଲେ! .. ଆଗରେ ଏକ ବିଛୁଆତି ଗଛ ଖୋଜି ପାଇଲେ। ସଙ୍ଗେ ସଙ୍ଗେ ବିରବଲ ଏହାକୁ ପ୍ରଣାମ କରି କହିଲେ ହେ ମୋର ପିତା ଆପଣଙ୍କୁ ନମସ୍କାର! ,

😁 ଆକବର ରାଗିଗଲା .. ଦୁଇ ହାତରେ ଗଛକୁ ଉପାଡି ଗଛଟିକୁ ଫୋପାଡି ଆରମ୍ଭ କରିବାକୁ ଚେଷ୍ଟିତ ହେଲା। ଫଳରେ ଆକବରକୁ ଭୟଙ୍କର କୁଣ୍ଡେଇ ହେବାକୁ ଲାଗିଲା। ବ୍ୟସ୍ତ ହୋଇ ଆକବର ପଚାରିଲେ ବୀରବଲ ଏ ମୋର କଣ ହେଲା!

ବିରବଲ ସଙ୍ଗେ ସଙ୍ଗେ କହିଲେ ଯେ ଆପଣ ମୋ ମା ଗଛକୁ ହତ୍ୟା କଲେ , ସେଥିପାଇଁ ମୋ ବାପା ଗଛ ରାଗିଗଲେ।

ଆକବର ଯେତେ ଚେଷ୍ଟା କଲେ ମଧ୍ଯ ହାତ କୁଣ୍ଡାଇବା ବନ୍ଦ ହେଲା ନାହିଁ। ଆକବର ବିରବଲକୁ କହିଲେ ଶୀଘ୍ର ମୋତେ କିଛି ସମାଧାନ କୁହ!

ବିରବଲ କହିଲେ : ଆଗରେ ଆପଣ ଆଉ ଜଣକୁ ପ୍ରଣିପାତ କରିବାକୁ ପଡିବ। କାରଣ ସେ ବି ଆମର ମା ..ଆପଣ ତାଙ୍କୁ ଅନୁରୋଧ କରିବାକୁ ପଡିବ ଆପଣଙ୍କୁ ଭଲ କରିବା ପାଇଁ !

😁 ଆକବର କହିଲା: ତେବେ ଶୀଘ୍ର ଚାଲ ତମର ଆଉଜଣେ ମା ପାଖକୁ ଯିବା।

ଏବଂ ସଙ୍ଗେ ସଙ୍ଗେ ବିରବଲ ଏକ ଗାଇ ସାମ୍ନାରେ ଠିଆ ହୋଇଗଲେ ଏବଂ ଗାଇକୁ ପ୍ରଣିପାତକଲେ। ଏବଂ ଆକବରଙ୍କୁ ମଧ୍ଯ ପ୍ରଣାମ କରିବା ପାଇଁ କହିଲେ । ଆକବର ପ୍ରଣାମ କରି ସାରିବା ପରେ ବିରବଲ କହିଲେ ଗୋ ମାତାଙ୍କୁ ଔଷଧ ଦେବାକୁ ଅନୁରୋଧ କରନ୍ତୁ। ଓ ପାଖରେ ଥିବା ଗୋ ମାତାଙ୍କର ଗୋବରକୁ ଔଷଧ ରୂପରେ ବ୍ୟବହାର କଲେ ତୁରନ୍ତ ଆରାମ ମିଳିଥାଏ ବୋଲି କହିଲେ।

ଆକବର କୁଣ୍ଡେଇ କୁଣ୍ଡେଇ ଏତେ କଷ୍ଟ ପାଉ ଥିଲେ ଯେ ଶୀଘ୍ର ଶୀଘ୍ର ଦେହ ସାରା ଗୋବର ବୋଳି ହୋଇଗଲେ। ସଙ୍ଗେ ସଙ୍ଗେ ଆକବର ଉପସମ ପାଇଲେ । ମାତ୍ର ଦେହ ସାରା ଗୋବର ବୋଳି ହୋଇଥିବା ହେତୁ କେମିତି ରାଜପ୍ରାସାଦକୁ ଯିବେ ବୋଲି ପ୍ରଶ୍ନ କଲେ।

🙏 ବିରବଲ ସଙ୍ଗେ ସଙ୍ଗେ ବାଦଶାହଙ୍କୁ କହିଲେ ଆମର ସାମ୍ନାରେ ଆମର ଗଙ୍ଗା ମା ପ୍ରବାହିତ ହେଉଛନ୍ତି . ଆପଣ “ହର ହର ଗଙ୍ଗା” ଓ “ଜୟ ଗଙ୍ଗା ମାୟା” କହି ସେହି ଗଙ୍ଗା ମାଙ୍କ ନଦୀରେ ଗାଧୋଇ ପଡନ୍ତୁ। ଆପଣ ସମ୍ପୂର୍ଣ୍ଣ ଆରାମ ସହିତ ସତେଜ ଅନୁଭବ କରିବେ।

ସଙ୍ଗେ ସଙ୍ଗେ ଆକବର ଗଙ୍ଗା ନଦୀରେ ଗାଧୋଇଲେ ଏବଂ ସତକୁ ସତ ଖୁବ୍ ସତେଜ ଅନୁଭବ କଲେ।

ପରେ ଆକବର ବିରବଲଙ୍କୁ କହିଲେ ସତରେ ଏହି ତୁଲସୀ ମାତା, ଗୋମାତା, ଗଙ୍ଗା ମାତା ହେଉଛନ୍ତି ଜଗତର ମାତା! ଏହାକୁ ବିଶ୍ବାସ କରୁଥିବା ସମାଜ ହିଁ ” ହିନ୍ଦୁ ସମାଜ “

Leave a Reply

Your email address will not be published. Required fields are marked *

Back to top button